ଅର୍ଥବ୍ୟବସ୍ଥା

ଉଦ୍ୟାନକୃଷି ଓ ରେଶମ କୀଟ ଉପରେ ଓଡିଶାର ଏକ ଗବେଷଣା କେନ୍ଦ୍ର ଏଠାରେ ରହିଅଛି। ଏଠାରେ ଥିବା ଫାର୍ମ ମାନଙ୍କରେ ନାନାଦି ପ୍ରଜାତିର ପିଜୁଳି ଗଛ ରହିଅଛି , ଯାହାକି ଅନ୍ୟକେଉଁ ସ୍ଥାନରେ ମିଳିବା ଅତ୍ୟନ୍ତ ଦୁର୍ଲଭ । କନ୍ଧମାଳ ଜିଲ୍ଲା ଉନ୍ନତ ମାନର ହଳଦୀ ଉତ୍ପାଦନ ପାଇଁ ପ୍ରସିଦ୍ଧ।

କୃଷି ଉତ୍ପାଦନ କ୍ଷେତ୍ରରେ ନଦୀ ପିଲାସାଲୁଙ୍କିର ବଡ ଅବଦାନ ରହିଅଛି, କିନ୍ତୁ ଜଳସଙ୍କଟ ହେତୁ ଏହି ଜିଲ୍ଲାରେ କୃଷି କ୍ଷେତ୍ରରେ ସେପରି ସଫଳତା ମିଳିବା ଅତ୍ୟନ୍ତ କଷ୍ଟକର । ଏଠାର  ଅର୍ଥବ୍ୟବସ୍ଥା ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଓ ଚେରମୂଳି ଉପରେ ପର୍ଜ୍ୟବେଶିତ। ପିଲାସାଲୁଙ୍କି ନଦୀରେ ସେସ ନଦୀବଢି  ୧୯୮୧ ମସିହାରେ ଆସିଥିଲା।  ପିଲାସାଲୁଙ୍କି ନଦୀ ଉପରେ ନିର୍ମିତ ନଦୀବନ୍ଧ ବର୍ଷା ଦିନରେ ସୃଷ୍ଟି ହେଉଥିବା ନଦୀବଢୀ କୁ ରୋକିବାରେ ସଫଳ ହୋଇଛି । ଏହି ନଦୀବନ୍ଧ ବଣଭୋଜି ପାଇଁ ଖୁବ ଜଣାଶୁଣା ।