ବନ୍ଦ କରନ୍ତୁ

ଗ୍ରାମ ଓ ପଞ୍ଚାୟତ

ଗ୍ରାମ:

କନ୍ଧମାଳ ଜିଲ୍ଲା ୨୫୧୫ ଗ୍ରାମାଞ୍ଚଳକୁ ନେଇ ଗଠିତ ଓ ତାହା ୧୭୧ ଟି ଗ୍ରାମପଞ୍ଚାଯତ ଦ୍ଵାରା ପ୍ରଶାସିତ। ଏହାଛଡା ଅଠାରେ

  • ୧ ନଗର ପରିଷଦ
  • ୨ ଅଧିସୂଚିତ କ୍ଷେତ୍ର ପରିଷଦ
  • ୩ ବିଧାନସଭା ନିର୍ବାଚନ କ୍ଷେତ୍ର  ରହିଅଛି।

ଜିଲ୍ଲା ପରିଷଦ:

କନ୍ଧମାଳ ଜିଲ୍ଲା ପରିଷଦ ତିନି ସ୍ତରୀୟ ପଞ୍ଚାୟତିରାଜ ସଂଗଠନ ର ଶୀର୍ଷସଂସ୍ଥା ଅଟେ ।ଏହା  ଜିଲ୍ଲାସ୍ତରରେ କାର୍ଯକରେ ଓ ଜିଲ୍ଲାପରିଷଦ ପ୍ରେସିଡେନ୍ଟ ଆହାର ମୁଖ୍ୟ ଅଟନ୍ତି । ଜିଲ୍ଲାପରିଷଦ ଅଧୀନରେ ୧୬ଟି କାଉନ୍ସିଲ ରହିଅଛି ଓ ଏହା ନିର୍ବାଚିତ ସଦସ୍ୟଙ୍କ ଦ୍ଵାରା ପ୍ରତିନିଧିତ୍ଵ କରାଯାଏ।

ପଞ୍ଚାଯତ ସମିତି:

ଏହା ମଧ୍ୟବର୍ତୀ ସ୍ତରର ପଞ୍ଚାୟତିରାଜ ବ୍ୟବସ୍ଥା ଅଟେ । ଜିଲ୍ଲାରେ ୧୨ ଟି ପଞ୍ଚାଯତ ସମିତି ଅଛି ଓ ଏହା ବ୍ଲକ ମୁଖ୍ୟାଳୟ ଠାରୁ ପରିଚାଳିତ ହୁଏ । ପ୍ରତ୍ଯେକ ପଞ୍ଚାଯତ ସମିତିରେ କେତେଗୁଡିଏ ସମିତି ସଦସ୍ୟ ଅଛନ୍ତି  ଓ ସେମାନେ ବିଭିନ୍ନ ଗ୍ରାମପଞ୍ଚାୟତ ଏବଂ ଗ୍ରାମର ନିର୍ବାଚିତ ପ୍ରତିନିଧି ଅଟନ୍ତି।

ଗ୍ରାମ ପଞ୍ଚାୟତ:

ଜିଲ୍ଲା ରେ ୧୭୧ଟି ଗ୍ରାମପଞ୍ଚାୟତ ରହିଅଛି । ସରପଞ୍ଚ ପ୍ରତ୍ଯେକ ଗ୍ରାମପଞ୍ଚାୟତର ନିର୍ବାଚିତ ମୁଖ୍ୟ ଅଟନ୍ତି । ଗ୍ରାମପଞ୍ଚାୟତ କାର୍ଯନିରବାହୀ ଅଧିକାରୀ ପ୍ରତ୍ଯେକ ପଞ୍ଚାୟତର ନୋଡାଲ ଅଫିସର ଅଟନ୍ତି, ସେ ଗ୍ରାମପଞ୍ଚାୟତର ବିଭିନ୍ନ ଜନକଲ୍ୟାନକାରୀ କାର୍ଯକ୍ରମ ଓ ବିକାଶ କାର୍ଯକ୍ରମକୁ କର୍ୟାକାରି କରାନ୍ତି।