ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

୧ ଜାନୁୟାରୀ ୧୯୯୪ମସିହାରେ ଓଡିଶାର ପୂର୍ବତନ ଫୁଲବାଣୀ ଜିଲ୍ଲା; କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଭାବେ ବିଭକ୍ତ ହୋଇ କନ୍ଧମାଳ ରାଜସ୍ୱଜିଲ୍ଲା ଅସ୍ଥିତ୍ଵକୁ ଆସିଥିଲା । କନ୍ଧମାଳ ଜିଲ୍ଲା, ଉତ୍ତର ଅକ୍ଷାଂଶ ୧୯॰୩୪’ ଠାରୁ ୨୦॰୩୬’  ଓ ପୂର୍ବ ଦ୍ରାଘିମା ୮୩॰୩୪ ‘ ଠାରୁ ୮୪॰୩୪’  ମଧ୍ୟରେ ଅବସ୍ଥିତ ।

କନ୍ଧମାଳ ଜିଲ୍ଲାରେ  କ୍ରାନ୍ତୀୟମଣ୍ଡଳ ସୀମାବର୍ତୀ ଜଳବାୟୁର ଅନୁଭବ ହୋଇଥାଏ । ଜିଲ୍ଲାରେ ଅଭିଲିଖିତ ଅତ୍ୟଧିକ ତାପମାତ୍ରା ୪୫.୫॰ ସେଲ୍ସିୟସ ଏବଂ  ସର୍ବନିମ୍ନ ତାପମାତ୍ରା ୨॰ ସେଲ୍ସିୟସ ଅଟେ । କନ୍ଧମାଳ ଜିଲ୍ଲାରେ ହାରାହାରି ୧୫୨୨.୯୫ ମିମି ବର୍ଷା ହୋଇଥାଏ । କନ୍ଧମାଳ ଜିଲ୍ଲାର ଭୌଗଳିକ କ୍ଷେତ୍ର ୭୬୫୪ ବର୍ଗ.କିମି ଅଟେ । କନ୍ଧମାଳ ଜିଲ୍ଲାର ଉତ୍ତରଦିଗରେ ବୌଦ୍ଧ ଜିଲ୍ଲା, ଦକ୍ଷୀଣରେ ରାୟଗଡା ଓ ଗଜପତି , ପୁର୍ବରେ ଗଞ୍ଜାମ ଓ ନୟାଗଡ ଜିଲ୍ଲା ଏବଂ ପଶ୍ଚିମରେ କଳାହାଣ୍ଡି ଜିଲ୍ଲା ରହିଅଛି ।

ଭୌତିକ ଦୃଷ୍ଟିରୁ, ସମ୍ପୂର୍ଣ ଜିଲ୍ଲା ଖୁବ ଉଛତାରେ ଅବସ୍ଥିତ ଓ ପାହାଡ, ପର୍ବତମାଳା ଏବଂ ଦୁର୍ଗମ ଶଙ୍କିର୍ଣ ଘାଟି ଦ୍ଵାରା ଆଛାଦିତ, ଏହା ଜିଲ୍ଲାର ସାମାଜିକ-ଆର୍ଥିକ ସ୍ଥିତି ଓ ଜିଲ୍ଲାର ବିକାଶ କ୍ଷେତ୍ରରେ ମାର୍ଗଦର୍ଶନ କରେ । କନ୍ଧମାଳ ଜିଲ୍ଲା ମଧ୍ୟଓଡିଶା ରେ ଅବସ୍ଥିତ ଓ କନ୍ଧମାଳ ଜିଲ୍ଲାର ଉତ୍ତରଦିଗରେ ବୌଦ୍ଧ ଜିଲ୍ଲା, ଦକ୍ଷୀଣରେ ରାୟଗଡା , ପୁର୍ବରେ ଗଞ୍ଜାମ ଓ ନୟାଗଡ ଜିଲ୍ଲା ଏବଂ ପଶ୍ଚିମରେ କଳାହାଣ୍ଡି ଜିଲ୍ଲା ରହିଅଛି । କନ୍ଧମାଳ ଜିଲ୍ଲା, ଉତ୍ତର ଅକ୍ଷାଂଶ ୧୯॰୩୪’ ଠାରୁ ୨୦॰୩୬’  ଓ ପୂର୍ବ ଦ୍ରାଘିମା ୮୩॰୩୪ ‘ ଠାରୁ ୮୪॰୩୪’  ମଧ୍ୟରେ ଅବସ୍ଥିତ ଓ କନ୍ଧମାଳ ଜିଲ୍ଲାର ଭୌଗଳିକ କ୍ଷେତ୍ର ୭୬୫୪ ବର୍ଗ.କିମି ଅଟେ  । କନ୍ଧମାଳ ଜିଲ୍ଲା ଡୋକର, ଟେରା-କୋଟ୍ଟା,ବେତ ଏବଂ ବାଉଁଶ ନିର୍ମିତ ହସ୍ତଶିଳ୍ପ ପାଇଁ ଖୁବ ପ୍ରସିଦ୍ଧ । ଏହି ଜିଲ୍ଲା ଏହାର ସମୃଦ୍ଧ ସାଂସ୍କୃତିକ ବିରାଶତ ପାଇଁ ଖୁବ ଗର୍ବିତ ।

କନ୍ଧମାଳ ଜିଲ୍ଲା ପ୍ରାକୃତିକ ସୌନ୍ଧର୍ଯତା ରେ ପରିପୂର୍ଣ। ଏଠାରେ ପର୍ଯ୍ୟଟକଙ୍କ ପାଇଁ ବନ୍ୟଜନ୍ତୁ ସମ୍ପଦ, ସ୍ଵାସ୍ଥ୍ୟକର ଜଳବାଯୁ, ପ୍ରାକୃତିକ ଦ୍ରୁଶ୍ୟ ଏବଂ ଶଙ୍କିର୍ଣ ଘାଟି ରାସ୍ତା ରହିଅଛି । କଫିବଗିଚା ଦୃଶ୍ୟରଜି, ପାଇନ ଜଙ୍ଗଲ, ଘାଟି ରାସ୍ତା, ପାହାଡପର୍ବତ ଏବଂ ଜଳପ୍ରପାତ ଆଦି ଆକର୍ଷଣୀୟ ସ୍ଥାନ ରହିଅଛି । ଜିଲ୍ଲା ରା ୬୬ ପ୍ରତିଶତ ଭୂଭାଗ ଘାନା ଜଙ୍ଗଲ ଦ୍ଵାରା ଆଛାଦିତ ଏବଂ ୨୦୦୦ ଫୁଟ – ୩୦୦୦ ଫୁଟ ଉଚତା ବିଶିଷ୍ଟ ପାହାଡର ଉପରିଭାଗ ଘାସପଡିଆ ଦ୍ଵାରା ଆଛାଦିତ ।

କନ୍ଧମାଳ ଜିଲ୍ଲାର ମାଟି ମୁଖ୍ୟତଃ ଲାଲ-ମଙ୍କେଡା ପଥରରୁ ଗଠିତ ଏବଂ ଅଥିର ବହୁ ପରିମାଣର ଜୈବିକ ତତ୍ଵ ରହିଅଛି । ତେଣୁ ଅହିମାଟି ବହୁପରିମାଣରେ ଜଳ ଧରିରଖିବାରେ ସକ୍ଷମ ହୁଏନାହିଁ । ଏହି ମାଟିରେ ଅମ୍ଳର ପରିମାଣ ଖୂବ ଅଧିକ, ଏହାର ପି.ଏଚ. ସ୍ଥର ୫.୩ ଧାରୁ ୬.୫ ମଧ୍ୟରେ ରହିଥାଏ । ଖରିଫ ଋତୁରେ ଧାନ, ମକା ଓ ନାଇଜର ପରି ମୁଖ୍ୟ ଫସଲ ଉତ୍ପାଦନ କରାଯାଏ । ଜଳସେଚିତ ଅଞ୍ଚଳ ଗୁଡିକରେ ଆଳୁ, ପନିପରିବା, ସୋରିଷ ଆଦି ଚାଷ କରାଯାଇଥାଏ ।

କନ୍ଧମାଳ ଜିଲ୍ଲାର ବିଶାଳ ଜଙ୍ଗଲ, କୃଷି ଉତ୍ପାଦନ ଓ ଜଙ୍ଗଲଜାତ ଦ୍ରବ୍ୟ ଆକସ୍ମିକ ଭାବରେ କନ୍ଧମାଳରେ ଉଦ୍ଯୋଗର ଆଧାର ସୃଷ୍ଟି କରେ। କନ୍ଧମାଳ ଜିଲ୍ଲାରେ ଅନେକଗୁଡିଏ କୁଟୀର ଓ କୃଷି ଉଦ୍ୟୋଗ ରହିଅଛି ଏବଂ ତାହା ଜଙ୍ଗଲଜାତ ଦ୍ରବ୍ୟ ଓ କୃଷି ଉତ୍ପାଦକୁନେଇ ଗଠିତ । କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧଠାରେ ପ୍ରଚୁର ପରିମାଣରେ କଳସୀସା ଖଣିଜସମ୍ପଦ ରହିଅଛି।

କନ୍ଧମାଳ ଜିଲ୍ଲାରେ ୨ଟି ଜିଲ୍ଲା ଉପଖଣ୍ଡ , ୧୨ଟି ତହସିଲ , ୧୨ଟି ବ୍ଲକ ଓ ୧୭୧ଟି ଗ୍ରାମପଞ୍ଚାୟତ ରହିଅଛି। ୨୦୧୧ ଜନଗଣନା ଅନୁସାରେ ଜିଲ୍ଲାର ମୋଟ ଜନସଂଖ୍ୟା ୭,୩୩,୧୧୦ ଅଟେ। ତନ୍ମଧ୍ୟରୁ ୩,୫୯,୯୪୫ ପୁରୁଷ ଓ ୩,୭୩,୧୬୫ ମହିଳା ଅଟନ୍ତି ।