ବନ୍ଦ କରନ୍ତୁ

ପୋଲିସ ବିଭାଗ

ଉପକ୍ରମ

ପୂର୍ବତନ ଫୁଲବାଣୀ ଜିଲ୍ଲା ୧ଜାନୁୟାରୀ, ୧୯୯୪ରେ ଦୁଇଭାଗରେ ବିଭକ୍ତ ହୋଇ ଅନ୍ଧମାଳ ଜିଲ୍ଲା ଓ ବୌଦ୍ଧ ଜିଲ୍ଲା ଗଠିତ ହୋଇଥିଲା । କନ୍ଧମାଳ ଜିଲ୍ଲା ରେ ୨ଟି ଜିଲ୍ଲା ଉପଖଣ୍ଡ, ୧୨ଟି ବ୍ଲକ , ୧୭୧ଟି ଗ୍ରାମ ପଞ୍ଚାଯତ, ୨୫୧୫ଟି ଗାଁ, ୩ଟି ଇଉ.ଏଲ.ବି, ୧୮ଟି ଥାନା ରହିଅଛି । ଜନସଂଖ୍ୟାର ୫୦% ରୁ ଅଧିକ ଲୋକ ଆଦିବାସୀ ଜନଜାତିର ଅଟନ୍ତି । ସର୍ବୋପରି କନ୍ଧମାଳ ଜିଲ୍ଲା ଅର୍ଥନୀତି ଦୃଷ୍ଟିରୁ ଏକ ପଛୁଆ ଜିଲ୍ଲା ଭାବେ ପରିଚିତ ।ବର୍ତମାନ ସମୟରେ ସମାଜବାଦୀ ଚରମପନଥିଙ୍କ ଅନୁପ୍ରବେଶ ,କନ୍ଧ ଜାତି ଓ ପାନ ଜାତି ମଧ୍ୟରେ ଜାତିଗତ ହିଂସା ଏବଂ ହିନ୍ଦୂ , ଖ୍ରୀଷ୍ଟିଆନ ମଧ୍ୟରେ ଧାର୍ମିକ ହିଂସା ପୁଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି ।

ଉଦ୍ଧେଶ୍ୟ

ଅପରାଧ ନିୟନ୍ତ୍ରଣ

  • ଅପରାଧୀଙ୍କ ଉପରେ ତୀଖନ ଦୃଷ୍ଟି ।
  • ଅପରାଧ ସହ ସଂପୃକ୍ତ ଅପରାଧ ଗତ ତଥ୍ୟ ପରିଚାଳନା |
  • ବିଟ ପାଟ୍ରୋଲିଙ୍ଗ,ମୋବାଇଲ ଓ ପାଦଚଲା ପାଟ୍ରୋଲିଙ୍ଗ,ନାକାବନ୍ଦୀ,କମ୍ବିଙ୍ଗ ଅପରେସନ ଏବଂ ଧରପଗଡ|
  • ଅପରାଧିକ ପରିଚାଳନାକୁ ଓ ଭାରତୀୟ ପିଙ୍ଗଳ କୋଡ଼ ଓ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ଅନୁଯାୟୀ ପ୍ରତିରୋଧ ମୂଳକ ପଦକ୍ଷେପ ବିଶେଷତଃ ଶିଶୁ ଅତ୍ୟାଚାର ଓ ସମାଜର ଦୁର୍ବଳ ଶ୍ରେଣୀ ର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା|

ଅପରାଧ ଚିହ୍ନଟି କରଣ

  • ଅପରାଧୀ ଚିହ୍ନଟ କରଣ ପାଇଁ ତଦନ୍ତ ଓ ମକଦମା ପାଇଁ କ୍ଷେତ୍ର ପ୍ରସ୍ତୁତି |

ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ

  • ପର୍ବ ପର୍ବାଣୀ,ନିର୍ବାଚନ,ସାମ୍ପ୍ରଦାୟିକ ଓ ସାମାଜିକ ବିଶୃଙ୍ଖଳା ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆୟତ କରିବା |
  • ଅଭ୍ୟନ୍ତରଣୀୟ ସୁରକ୍ଷା ଓ ଭି.ଆଇ.ପି (V.I.P) ସୁରକ୍ଷା ବଜାଇ ରଖିବା |

ଅନ୍ୟାନ୍ୟ କର୍ତ୍ତବ୍ୟ

  • ଅଣଧର୍ତ୍ତବ୍ୟ ଅପରାଧ,ଦୁର୍ଘଟଣା ଜନିତ ମୁତ୍ୟୁ,ଦୁର୍ଘଟଣା ଜନିତ ଅଗ୍ନିକାଣ୍ଡ ଗୁଡିକର ଅନୁସନ୍ଧାନ କରିବା ଇତ୍ୟାଦି ।
  • ନିରୁଦ୍ଧିଷ୍ଟ ବ୍ୟକ୍ତିଙ୍କର ଅନୁସନ୍ଧାନ କରିବା |
  • ବିଦେଶୀ ନାଗରିକ ଓ ସମ୍ପୃକ୍ତ ବ୍ୟକ୍ତିଙ୍କର ପଞ୍ଜିକରଣ ତଥା ଅନୁସନ୍ଧାନ କରିବା |
  • କୋଷାଗାର, କଏଦୀ,ବାଳ ଅପରାଧୀ ,ଘର ଛାଡି ପଳାଇ ଯାଇଥିବା ନାବାଳିକା ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ।
  • ସରକାରୀ କର୍ମଚାରୀ ଏବଂ ଘରୋଇ ବ୍ୟବହାର ପାଇଁ ଉଦ୍ଧିଷ୍ଟ ପାସପୋର୍ଟ,ଅସ୍ତ୍ରଶସ୍ତ୍ର ଲାଇସେନ୍ସ,ଅନ୍ୟାନ୍ୟ ଲାଇସେନ୍ସ ପ୍ରଦାନ କରିବା ପାଇଁ ଚରିତ୍ର ବ୍ୟକ୍ତିଗତ ଇତିହାସ ଇତ୍ୟାଦିର ପରିକ୍ଷଣ କରିବା |
  • ସମାଜର ଦୁର୍ବଳ ଓ ଅବହେଳିତ ବର୍ଗର ବ୍ୟକ୍ତି ମାନଙ୍କର ସାମାଜିକ ପ୍ରତିଷ୍ଠା ବଜାଇ ରଖିବା ତଥା ସାମାଜିକ ବିଧି ବ୍ୟବସ୍ଥା ଅନୁଯାୟୀ ଆଇନ ଗୁଡିକର କଡାକଡି କାର୍ଯ୍ୟାନ୍ୟୁତ କରିବା |

ସେବା ଗୁଡିକର ପ୍ରକାର

ସ୍ୱାଗତ କେନ୍ଦ୍ର ଓ ଶିଶୁ-ମହିଳା ଡେସ୍କ

ପ୍ରତ୍ୟେକ ପୁଲିସ ଥାନାରେ ଗୋଟିଏ ଗୋଟିଏ ଅବାହନ (ସ୍ୱାଗତ) କେନ୍ଦ୍ର ଖୋଲାଯାଇଛି ଯେଉଁଠାରେ ଯଦିକିଛି ରିପୋର୍ଟ ଲେଖିବା ଦରକାର ପଡେ ମାଗଣାରେ କାଗଜ ଓ କଲମ ଯୋଗାଇ ଦିଆଯିବା ସଂଗେ ସଂଗେ ବସିବାର ସୁବିଧା,ପିଈବା ପାଣି,ଶୌଚାଳୟ ସୁବିଧା ଉପଲବ୍ଧ ଅଛି ।
ପ୍ରତ୍ୟେକ ଥାନାକୁ ଆପତ୍ତି ଅଭିଯୋଗ ପାଇଁ ଆସୁଥିବା ଲୋକଙ୍କୁ ପାଛୋଟି ନେବା ପାଇଁ ଜଣେ ଜଣେ ଅଧିକାରିଙ୍କୁ ଏହି ସ୍ୱାଗତ କେନ୍ଦ୍ରର ଦାୟୁତ୍ୱ ଦିଆଯାଇଛି ।ସାଧାରଣ ଜନତାଙ୍କୁ ପୋଲିସର ନିକଟତର ହେବା ତଥା ପୋଲିସ ବ୍ୟବସ୍ଥାକୁ ଲୋକାଭିମୁଖି କରିବ ପାଇଁ ଏହା ଏକ ବଳିଷ୍ଟ ପଦକ୍ଷେପ ।

କାର୍ଯ୍ୟକ୍ରମ ଓ ଯୋଜନା ଗୁଡିକର ନାମ

ସି.ସି.ଟି.ଏନ.ଏସ

ଅପରାଧ ଓ ଅପରାଧି ଅର୍ନ୍ତଜାଲର ବ୍ୟବସ୍ଥା ଅନୁଧାବନ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଧେଶ୍ୟ ଅଟେ ।ଏହା ଜତୀୟ ଇ-ଗଭର୍ନାସ ଯୋଜନା ଅର୍ନ୍ତଗତ ଅଟେ ।ଭାରତୀୟ ପୋଲିସର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅର୍ନ୍ତଗତ ଏହା ଏକ ପୁରୁଧା କାର୍ଯ୍ୟକ୍ରମ ଅଟେ । ଏହା ଜଟିଳ ପୋଲିସ ବ୍ୟବସ୍ଥାର ପରବର୍ତ୍ତୀ ସ୍ତର ଜାତୀୟ ସ୍ତରରେ ଜାତୀୟ ତଥ୍ୟ ଆଧାର ଏବଂ ସଂଯୁକ୍ତ କୋର ଆପ୍ଲିକେସନ ସଫଟୱେର ନାମକ ଏକ ଫରମାଟ ଜାତୀୟ ଅପରାଧ ସଂଗ୍ରକ୍ଷଣ ବ୍ୟୁରୋ ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି ଏବଂ ଦେଶବ୍ୟାପି ଯେକୌଣସି ପୋଲିସ ଅଧିକାରି ଅପରାଧି ଚିହ୍ନଟ ପାଈଁ ଏହାକୁ ବ୍ୟବହାର କରିପାରିବେ । ଏହାର ମୂଖ୍ୟ ଉଦ୍ଧେଶ୍ୟ ହେଲା ତଥ୍ୟ ଓ ସୂଚନା ଗୁଡିକୁ ସଂଗ୍ରହ,ସଂଗ୍ରକ୍ଷଣ, ପୁନରୁଧାର,ବିଶ୍ଲେଷଣ,ହସ୍ତାନ୍ତର ଓ ଆଲୋଚନା କରିପାରିବେ ।

ନାଗରିକ ପୋର୍ଟାଲ୍

ସିସିଟିନିଏସ୍ ଅର୍ନ୍ତଗତ ଏକ ବ୍ୟବସ୍ଥା ହେଉଛି ନାଗରିକ ପୋର୍ଟାଲ୍ । ସାଧାରଣ ନାଗରିକ ଏହାକୁ ବ୍ୟବହାର କରିପାରିବେ ।ଏହା ବ୍ୟବହାର କରି ସେମାନେ ଅନଲାଇନ ମାଧ୍ୟମରେ ଶୋଭାଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ,ସଭାସମିତି କରିବା ପାଈଁ ଲାଇସେନ୍ସ ପ୍ରଦାନ କରିବା ପାଇଁ ଆବେଦନ କରିପାରିବେ,ଭଡାଟିଆ ମାନଙ୍କର ତଥା ଘରୋଇ ବ୍ୟବହାର ପାଇଁ ବ୍ୟକ୍ତିଗତ ଈତିହାସ ଯାଞ୍ଚ କରିପାରିବେ କିମ୍ବା ଚରିତ୍ର ଓ ବ୍ୟକ୍ତିଗତ ଈତିହାସ ପାଇଁ ଯାଞ୍ଚ କରିପାରିବେ ।ଅଧିକ ବିବରଣି ପାଇଁ ଏଠାରେ କ୍ଲିକ କରନ୍ତୁ

ଇ.ଏ.ଏଚ୍.ଟି.ୟୁ

ଗୋଷ୍ଟି ପୋଲିସ ବ୍ୟବସ୍ଥାକୁ ଦୃଢ଼ିଭୂତ କରିବା ପାଇଁ ପ୍ରତ୍ୟେକ ପୋଲିସ ଥାନରେ “ଆମ ପୋଲିସ ସମିତି” ଗଠନ କରାଯାଇଛି । ଆଣ୍ଟି ହ୍ୟୁମାନ୍‍ ଟ୍ରାଫିକିଙ୍ଗ ୟୁନିଟ୍,ମହିଳା ଓ ଶିଶୁ ସୁରକ୍ଷା ନିରିକ୍ଷଣ ୟୁନିଟ୍, ଭିନ୍ନ ଭିନ୍ନ ଭାବରେ ଜିଲ୍ଲାରେ ପରିଚାଳିତ ହେଉଛି ।

ଗୋଷ୍ଠି ପୋଲିସ ବ୍ୟବସ୍ଥା

ଜିଲ୍ଲାରେ ଗୋଷ୍ଠି ପୋଲିସ ବ୍ୟବସ୍ଥା କାର୍ଯ୍ୟରତ ଅଛି,ପ୍ରତ୍ୟେକ ପୋଲିସ ଥାନକୁ ୫/୬ ଟି ବିଟି‍ ରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ବିଟ୍ ଦାୟୁତ୍ୟରେ ଜଣେ ବିଟ୍‍ ଅଧିକାରି /କନଷ୍ଟେବଲ ନିଯୁକ୍ତ ଅଛନ୍ତି । ପୋଲିସ ଥାନା ସ୍ତରରେ ୨୦/୨୫ ସଭ୍ୟକୁ ନେଇ ଆମ ପୋଲିସ ସମିତି ଗଠନ କରାଯାଇଛି । ପ୍ରତ୍ୟେକ ପୋଲିସ ଥାନାରେ ଅପରାଧ,ଆଇନ ଶୃଙ୍ଖଳା ଓ ବିବିଧ ଘଟଣାକୁ ନେଇ ଚର୍ଚା କରିବାପାଇଁ ପ୍ରତି ମାସରେ ଗୋଟିଏ ପୋଲିସ ସଭା ଆୟୋଜନ କରାଯାଉଛି । ଜିଲ୍ଲାଗୁଡିକର ସମସ୍ତ ଆମ ପୋଲିସ ସମିତିର କାର୍ଯ୍ୟାବଳିକୁ ଦେଖାରେଖା କରିବା ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଉପଦେଷ୍ଟା କମିଟି ଗଠିତ ହୋଇଛି । ଆମ ପୋଲିସ ବ୍ୟବସ୍ଥା ଏହିପରି ଭାବରେ ଆଇନ ଶୃଙ୍ଖଳା ତଥା ଅନ୍ୟାନ୍ୟ ଅପରାଧ ଜନିତ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଜନସାଧାରଣଙ୍କ ଦ୍ୱାରା ପରିଚାଳିତ ଏକ ଉତ୍ତମ ବ୍ୟବସ୍ଥା ଅଟେ । ଗ୍ରାମାଞ୍ଚଳ ତଥା ବିଛିନ୍ନାଞ୍ଚଳରେ ଗ୍ରାମରକ୍ଷିମାନେ ଏହି ବ୍ୟବସ୍ଥାର ସୁପରିଚାଳନାରେ ନିୟୋଜିତ ଅଛନ୍ତି ।

ସହାୟତା ନମ୍ବର:

କନ୍ଧମାଳ ଜିଲ୍ଲା ପୁଲିସ ଅଫିସ /ଥାନା ( ଫୋନ ନମ୍ବର ) :

କନ୍ଧମାଳ ଜିଲ୍ଲା ପୁଲିସ ଅଫିସ /ଥାନା ( ଫୋନ ନମ୍ବର )
ଅଫିସ/ଥାନା ଫୋନ ନମ୍ବର ଅଫିସ/ଥାନା ଫୋନ ନମ୍ବର
ଆରକ୍ଷୀ ନିରୀକ୍ଷକ ୦୬୮୪୨ ୨୫୩୬୧୦ ଏସ.ଡ଼ି .ପି.ଓ ଫୁଲବାଣ ୦୬୮୪୨ ୨୫୩୭୬୧
ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ୦୬୮୪୨ ୨୫୪୨୨୧ ଏସ.ଡ଼ି .ପି.ଓ ବାଲିଗୁଡା ୦୬୮୪୬ ୨୪୩୩୧୫
ଡ଼ି.ସି ଏସଏସ ୦୬୮୪୨ ୨୫୩୪୧୦ ଏସ.ଡ଼ି .ପି.ଓ ଘୁ ଉଦୟଗିରୀ ୦୬୮୪୭ ୨୬୦୬୮୮
ଆରକ୍ଷୀ ଉପନିରୀକ୍ଷକ(କ୍ରାଇମ) ୦୬୮୪୨ ୨୫୪୨୧୧ ଆରକ୍ଷୀ ନିରୀକ୍ଷକ ଟାଉନ ଥାନା ୦୬୮୪୨ ୨୫୩୮୨୦
ଆରକ୍ଷୀ ଉପନିରୀକ୍ଷକ ୦୬୮୪୨ ୨୫୩୨୩୦ ଆରକ୍ଷୀ ନିରୀକ୍ଷକ ଦାରିଙ୍ଗବାଡି ଥାନା ୦୬୮୪୯ ୨୪୫୩୨୦
ଆରକ୍ଷୀ ଉପନିରୀକ୍ଷକ ୦୬୮୪୨ ୨୫୩୭୯୩ ଆରକ୍ଷୀ ନିରୀକ୍ଷକ ବାଲିଗୁଡା ଥାନା ୦୬୮୪୬ ୨୪୩୨୩୩
ଡ଼ିଏସପି (ଡ଼ି ଆଇ ବି ) ୦୬୮୪୨ ୨୫୩୬୦୯ ଆରକ୍ଷୀ ନିରୀକ୍ଷକ କୋଟଗଡ ଥାନା ୦୬୮୪୮ ୨୨୦୨୪୪
ଡ଼ି.ପି.ଓ ୦୬୮୪୨ ୨୫୩୧୪୧ ଆରକ୍ଷୀ ନିରୀକ୍ଷକ ବାମହନି ଗାଁ ଥାନା ୦୬୮୪୬ ୨୪୪୭୮୦
ଆର.ଓ ୦୬୮୪୨ ୨୫୩୬୫୭ ଆରକ୍ଷୀ ନିରୀକ୍ଷକ ଖଜୁରୀପଡା ଥାନା ୦୬୮୪୨ ୨୫୧୫୨୩
ପୁଲିସ ହସ୍ପିଟଲ ୦୬୮୪୨ ୨୫୩୪୨୧ ଆରକ୍ଷୀ ନିରୀକ୍ଷକ ରାଇକିଆ ଥାନା ୦୬୮୪୭ ୨୬୪୬୩୭
ପୁଲିସ ହହାଇ ସ୍କୁଲ ୦୬୮୪୨ ୨୫୩୩୯୨ ଆରକ୍ଷୀ ନିରୀକ୍ଷକ ଟିକାବାଲି ଥାନା ୦୬୮୪୨ ୨୬୩୭୨୭
ପୁଲିସ ୱର୍କଶପ ୦୬୮୪୨ ୨୫୩୭୯୯ ଆରକ୍ଷୀ ନିରୀକ୍ଷକ ଏନାର୍ଜି ଥାନା ୦୬୮୪୨ ୨୫୩୭୩୩
ଆରକ୍ଷୀ ନିରୀକ୍ଷକ ଚକାପାଦ ଥାନା ୦୬୮୪୭ ୨୬୪୪୨୨ ଆରକ୍ଷୀ ନିରୀକ୍ଷକ ତୁମୁଡିବନ୍ଧ ଥାନା ୦୬୮୪୦ ୨୩୦୩୪୪
ଆରକ୍ଷୀ ନିରୀକ୍ଷକ ଫିରିଙ୍ଗିଆ ଥାନା ୦୬୮୪୫ ୨୬୬୫୨୭ ଆରକ୍ଷୀ ନିରୀକ୍ଷକ ସରଙ୍ଗଡ ଥାନା ୦୬୮୪୬ ୨୪୭୨୧୨
ଆରକ୍ଷୀ ନିରୀକ୍ଷକ ଗୋଚପଡା ଥାନା ୦୬୮୪୨ ୨୬୨୦୭୧ ଆରକ୍ଷୀ ନିରୀକ୍ଷକ ସଦର ଥାନା ୦୬୮୪୨ ୨୧୧୦୦୪
କନ୍ଧମାଳ ଜିଲ୍ଲା ଥାନା ବିବରଣୀ
କ୍ରମିକ ସଂଖ୍ୟ ଥାନା
ଟାଉନ ଥାନା, ଫୁଲବାଣୀ
ସଦର ଥାନା, ଫୁଲବାଣୀ
ଖଜୁରୀପଡା ଥାନା
ଫିରିଙ୍ଗିଆ ଥାନା
ବାଲିଗୁଡ଼ା ଥାନା
ଟିକାବାଲି ଥାନା
ରାଇକିଆ ଥାନା
କ. ନୁଆଗାଁ ଥାନା
କୋଟଗଡ଼ ଥାନା
୧୦ ଦାରିଙ୍ଗବାଡ଼ି ଥାନା
୧୧ ଘୁ. ଉଦୟଗିରି ଥାନା
୧୨ ଚକାପାଦ ଥାନା
୧୩ ତୁମୁଡିବନ୍ଧ ଥାନା
୧୪ ବ୍ରାହ୍ମଣୀ ଗାଁ ଥାନା
୧୫ ସରଙ୍ଗଡ ଥାନା
୧୬ ଏନାର୍ଜି ଥାନା ଫୁଲବାଣୀ
୧୭ ବେଲଘର ଥାନା
୧୮ ଗୋଚପଡା ଥାନା